ଚକା ଆଖି by a devotee of Lord

ଚକା ଆଖି ସାଥେ ଅର୍ଦ୍ଧ ଚନ୍ଦ୍ର ହସ
ଜିଣଇ ଭକତ ମନ l
ଭକତ ନିମିତ୍ତ ସର୍ବ ବ୍ୟାପ୍ତ ତୁମ୍ଭେ
ଆହେ ପ୍ରଭୁ ବିଶ୍ୱ ପ୍ରାଣ ll
କିପରି ବନ୍ଦିବି ଶ୍ରୀ ଚରଣ ଛାମୁ
ଜାଣି ନାହିଁ ମନ୍ତ୍ର ତନ୍ତ୍ର l
ଅଧମ ହୋଇଣ ପଦ୍ୟ ମୁଁ ଲେଖୁଛି
କ୍ଷମିବ ଚକା ନୟନ ll
ଯାହା ବି କରିବ ଭଲ ହିଁ କରିବ
ସନ୍ଦେହ ଗୋବିନ୍ଦ ନାହିଁ l
ତୁମେ ଥାଉ ଥାଉ ଚିନ୍ତା ମୁହିଁ କଲେ
ବାଧିବ ତୁମକୁ ସାଇଁ l
ଷଡ଼ରିପୁ ଦଳ ଉଛୁର କଲେଣି
ରକ୍ଷl କର ବିଶ୍ୱ ସାଇଁ l
ତୁମେ ନ ରଖିଲେ ଭାସି ଯିବି ମୁହିଁ 
ରଖିବାକୁ କେହି ନାହିଁ ll
।।ଇତି ତୁମ
       ଦାସନୁଦାସ ।।

Comments