ହେ ଚକାଡୋଳା by Subhasmita Mahabhoi
ହେ ଚକାଡୋଳା,
ମୋ ଜୀବନ ମହାଭାରତ ଅନ୍ତ ରେ,
ମୋତେ ବି ନିଜ ପାଖକୁ ନେଇଯିବ, ଯେଉଁଠି ରୂପେଲି ଚାନ୍ଦ ଦୋଳିରେ ତୁମ ସୁନ୍ଦର ହସ ଦିଶୁଥିବ ।ମୋତେ ତୁମ ବିନା କିଛି ଭଲ ଲାଗୁନି, ବାସ୍ ମୋର ତୁମେ ହିଁ ଦରକାର । ନା ଦରକାର ପରିବାର, ନା ବାପା ମା ଭାଇ କିଛି ନୁହେଁ ।ହୁଏତ ଏତେ ତୁମକୁ ଭଲପାଇଲି ସତ କାହିଁକିନା ତୁମକୁ ପାଇବା ପାଇଁ ମୋ ଜୀବନ ସାରା ।ମୋ ଜୀବନରେ ଆହୁରି କେତେ ପଥ ପଡିଛି, ନା ସେ ପଥ ସରିବ, ନା ମୁଁ ତୁମ ବିନା ବଞ୍ଚିପାରିବିନି ।ଯାହା ମୋର ଘଟିଯାଇଛି ତୁମେ ଘଟେଇଛ, ଯାହା ଘଟୁଛି ତୁମେ ଘଟାଉଛ, ଆଗକୁ ଯାହା ଘଟିବ ତୁମେ ହିଁ ଘଟାଇବ ।ଏ ନିରୀହ କୁନି ପାଗିଳି ଟା ର ତୁମ ବିନା ଆଉ କିଏ ଅଛି କହିଲେ ! ମୁଁ ହୋଇଥିଲି ତୁମର, ହୋଇଛି ତୁମର, ଆଗକୁ ହେବି ତୁମର । ଏ ନିରୀହ ମନର ବ୍ୟଥା ତୁମକୁ ଶୁଭେ କି ନାହିଁ, କିନ୍ତୁ ମୋତେ ଲାଗେ ତୁମେ ଶୁଣ ସବୁ କିଛି ମୋ ବ୍ୟଥା ।
ତୁମ ଏ ପ୍ରେୟସୀ ପାଖେ ଥାଏ ପ୍ରିୟ କଥା,
ତୁମ ପାଖେ ଥାଏ ମୋର ମନ କଥା ।
ଜୟ ଶ୍ରୀଜଗନ୍ନାଥ 🙏🏻
🔘❗🔘
🪷🌸🌹🌷💐
Comments
Post a Comment