ମା ଙ୍କ ଅଭିମାନ by Krishna Samantara
ହରଣ କରି ଆଣିଥିଲ ପ୍ରଭୁ ଶ୍ରୀମନ୍ଦିର କୁ ମୋ ହାତ ଧରି ,ମନ ରେ କପଟ ଛଳନା କୁ ରଖି ବିଭା ବାସି ଗଲ ଛାଡି,ସାଙ୍ଗ ରେ ଘେନିଲ ଭାଇ ଭଉଣୀଙ୍କୁ ସ୍ତ୍ରୀ କୁ କଲ ପର,ମୋତେ ବୋଲାଉଛ ବାଈ କହି ନିଜେ ହୋଇ ଭକ୍ତ ବ୍ୟାକୁଳ, ଯାଅ ଯାଅ ନାଥେ ତୁମ ସହ କଥା ନାହିଁ,ନାଟ ଲଗେଇ ଗୁଣ୍ଡିଚା କୋଳ ରେ ବସି ଥାଅ ଯାଇ, ଦୁଇ ଦିନ କହି ନଅ ଦିନ ଗଲ ଚିଠି କି ପତର ନାହିଁ,ମୁଁ ଯେ ନୂଆ ବୋହୁ ଅନାଇ ବସିଛି ଗୁମୁଟ ଭିତରେ ଥାଇ,ଆଉ ନୁହଁ ପ୍ରଭୁ 5ଦିନ ଗଲା,ଅସହ୍ଯ ବିରହ ଦୁଃଖ, ଅଭିମାନେ ପୁଣି ବଡ଼ଦାଣ୍ଡେ ଗଲି,ଭାଙ୍ଗିଲି ତୁମ ରଥ,ନୂଆ ବୋହୁ ହୋଇ ଚାଲିଲି ଦାଣ୍ଡ ରେ ଦେଖିଲା ଏ ଜଗତ, "ଏଡେ ଉଦ୍ଧତ ଏ ସିନ୍ଧୁ ରାଜଜେମା" କହୁଥାଏ ଲୋକ। ବାହୁଡି ଆସିଲ ରଜା ଙ୍କ ପଣତେ ବସିଲ ସିଂହଦ୍ଵାରେ,ସୁନାବେଶ ହେଲ ଅଧର ଭାଙ୍ଗିଲ,ସବୁ ଦେଖୁଥାଏ ମୁଁ ବସି କବାଟ ଫାଙ୍କେ।ରୁହ! ରୁହ! ପ୍ରଭୁ କେମିତି ଆସିବ ଦେଉଳ କୁ ତୁମେ ଦେଖିବି ମୁଁ ଆଜି,ଚାହାଣୀ ମଣ୍ଡପୁ ଦେଖି ଦୁଆର କିଳିବି ପଶିବ ନାହିଁ ମୋ ଘରେ, ବଡ଼ଦାଣ୍ଡେ ଯାଇ ବୁଲୁ ଥିବ ନନ୍ଦିଘୋଷ ସାଙ୍ଗରେ,ସେବକଙ୍କ ବଳେ ଫୁଲୁଥାଅ ବେଶି ହୋଇ ମତ୍ତ ପ୍ରାୟ ଗଜ।ଆସ !ଆସ ! ଆଜି ତ ଆସିଲେ ତୁମର ମୋର କଥା!!!କିଏ ସେ ରହିବ କିଏ ସେ ଯିବ ଆଜି ଛିଡିବ ସବୁ କଥା। ଏତିକି ଶୁଣଇ ବୋଇଲେ ରଥ ର ପାଶେ ଥାଇ ଜଗନ୍ନାଥେ !," ହଉ ହେଲା" କହି ରଥ ରୁ ଓହ୍ଲାଇ କହିଲେ ଜେମା ହେ ହୁଅ ଶାନ୍ତ,ଦେଖ !ଦେଖ ! ଯାତରା ରୁ ମୁଁ ତୁମ ପାଇଁ ଆଣିଛି କେମନ୍ତ । ତାରକସୀ ଶାଢୀ ପୁଣି ସୁନା ର ଗହଣା,ଫୁଲ ପକା ପାଟ ପୁଣି ରୂପା ର ଓଢଣା,ସବୁଠୁ ପ୍ରିୟ ତୁମ ଆଣିଛି ମୁଁ ରସଗୋଲା। ରସଗୋଲା ଖାଇ ମାନ ଭଞ୍ଜନ କରିବା ହଉ ସାଆନ୍ତାଣୀ ଭୁଲ ହବ ନାଇ ଆଉ,ଲୋକେ ହସିଲେଣି ଠାକୁର ଉପରେ ସେତିକି ଜାଳ ଥାଉ। ଏହା ଶୁଣି କମଳା ନୟନୁ ବୋହିଲା ଅଶ୍ରୁ ର ଧାର, ରସଗୋଲା ଖାଇ ଅଭିମାନ ଭାଙ୍ଗି ବାହୁଡିଲେ ପ୍ରଭୁ ଶ୍ରୀମନ୍ଦିର।
©Krishna_samantara
Comments
Post a Comment