ହେ ମାଧବ by devotee of Lord

ହେ ମାଧବ ମଧୁସୂଦନ ମୁରାରୀ ତୋର ଲୀଳା ପାରେ କିଏ କଳି...ଭକ୍ତ ପାଇଁ କେତେ ଯେ ତୁମେ କେଡେ ଯେ କୃପାଳୁ ତାର ଉଦାହରଣ କିଏ ବା ନ ଜାଣିଛି l ଜଗବନ୍ଧୁ ପରି ସାମନ୍ତ ବା କାହିଁ l
ପ୍ରଭୁ ହେ ତୁମ ଠୁ ସବୁ ଦେବାଦେବୀ ଡରି ନିଜ ନିଜ କାର୍ଯ୍ୟ ରେ ନିୟୋଜିତ ଅଛନ୍ତି କିନ୍ତୁ ଭକ୍ତ ପାଇଁ ତୁମ ହୃଦୟ ପୁରା ଖୋଲା l ନହେଲେ କଣ ନିଜ ପତ୍ନୀ ଙ୍କ ଅଭିଶାପ କୁ ଭାଙ୍ଗି ପ୍ରିୟ ସଖା ବଳରାମ ଦାସ ଙ୍କ ପାଖକୁ କଣ ଯାଇଥାନ୍ତ l ଶ୍ରୀକ୍ଷେତ୍ର ରେ ମରିବେନି ବୋଲି ଅଭିଶାପ ଥିଲା କିନ୍ତୁ ତୁମେ ଏରବାଙ୍ଗ କୁ ଶ୍ରୀକ୍ଷେତ୍ର କରିଦେଲ l ତୁମେ ଜାଣିଥିଲ ଏ କଳିଯୁଗ ମଣିଷ ତୁମ ଭକ୍ତ ଉପରେ ପ୍ରଶ୍ନ କରିବ କାରଣ ତୁମ ଭକ୍ତ ବି ମହାନ ଯିଏ କି ନିଜେ କିଛି କରିଛନ୍ତି ବୋଲି ମାନି ହିଁ ନାହାନ୍ତି l କିନ୍ତୁ ହେ ଭକ୍ତ ରଂକୁଣା, ହେ ଯେତେ ଭକ୍ତ ଦେଖିଲେ ବି ଭକ୍ତ ପ୍ରତି ପ୍ରେମ ବଢୁ ଥିବା ଠାକୁର ତୁମର ଭକ୍ତ ପାଇଁ ଥିବା ପ୍ରେମ ମୋର କୋଟି କୋଟି କୋଟି ଦଣ୍ଡବତ l ତୁମେ ବଳିଆ ଦାସ ଗ୍ରାମ ଏରବାଙ୍ଗ ଯାଇଥିଲ ବୋଲି ପ୍ରମାଣ ବି ରଖି ଦେଇ ଆସିଛ l ବିଶ୍ୱ ର ଏକମାତ୍ର ଶିବ ମନ୍ଦିର ଏରବାଙ୍ଗ ଯେଉଁଠି ଶିବ ମନ୍ଦିର ରେ ବୃଷଭ ସ୍ଥାନ ରେ ଗରୁଡ଼ ଅଛନ୍ତି ଯୋଡ ହସ୍ତ ହୋଇ l
ଏପରି କିଏ ବା ଅଛି ତୁମ ଭଳିଆ ପ୍ରଭୁ... ତୁମ କୁ ସବୁ ଦିଗରୁ ଯୋଡହସ୍ତ ମଣିମା l

Comments