ମୋ ଧନରେ ! By Subhasmita Mahabhoi
ମୋ ଧନରେ,
ତୋ ଶରୀରକୁ ବହୁତ ଯନ୍ତ୍ରଣା ହେଉଥିବ ।ମୁଁ ତୋର ଏମିତି ଦୁଃଖୀନି ମା ଯେ ତତେ ଟିକେ ଦେଖିବାକୁ ଯାଇପାରୁନି ।ତୋର ସେଠି ସେବାୟତ ମାନେ ଠିକ୍ ସେ ଯତ୍ନ ନଉଛନ୍ତି କି ନାହିଁ ।ଠିକ୍ ସମୟରେ ଔଷଧ ଦେଉଛନ୍ତି ତ,ଉଷୁମ୍ ପାଣି ପିଇବାକୁ ଦେଉଛନ୍ତି କି ନାହିଁରେ ମୋ କାଳିଆ ସୁନା ।ତତେ ଏତିକି ଦିନ ନ ଦେଖି ତୋର ଏ ମା ଅନ୍ଧୁଣି ହେଇ ଗଲାଣିରେ ।ଆ ମୋ କୋଳକୁ ଆସେ ,ଧୂଳିମଳି ହେଇକି ଘରକୁ ଆସିବୁ ମୁଁ ମୋର ଏଇ ପଣତ କାନିରେ ତୋ ଧୂଳିକି ଝାଡି ଦେଇ ମୋ ଛାତିରେ ଚାପି ରଖିବି ।
Comments
Post a Comment